ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଝଟକା, ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ | News Room Odisha

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଝଟକା, ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସଞ୍ଜୟ ସିଂହ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ । ତାଙ୍କ ଆବେଦନ ଖାରଜ ଖରି ହାଇକୋର୍ଟ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ, ସେ ନେତା ହୁଅନ୍ତୁ ଅବା ଜନତା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବହୁ ଘଣ୍ଟା ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅକ୍ଟୋବର ୪ରେ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା । ସେ ତାଙ୍କ ଗିରଫଦାରୀ ବିରୋଧରେ ଗତ ସପ୍ତାହରେ ହାଇକୋର୍ଟରେ ଆବେଦନ କରିଥିଲେ। ସଞ୍ଜୟ ସିଂହ ଦିଲ୍ଲୀ ଅବକାରୀ ନୀତି ପ୍ରସ୍ତୁତ ଏବଂ ଲାଗୁ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ନିରସ୍ତ୍ର ହୋଇଥିବା ଦିଲ୍ଲୀ ଅବକାରୀ ନୀତି କିଛି ମଦ ବ୍ୟବସାୟୀଙ୍କୁ ମାଲାମାଲା କରିବା ପାଇଁ ପ୍ରସ୍ତୁତ ହୋଇଥିଲା । ଏହା ବଦଳରେ ଆମ୍ ଆଦମୀ ପାର୍ଟିର କିଛି ବଡ଼ ନେତା ମୋଟା ଅଙ୍କର ଲାଞ୍ଚ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।