ପାରା ଏସୀୟ କ୍ରୀଡା : ଓଡ଼ିଶାର ୭ କ୍ରୀଡାବିତଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ | News Room Odisha

ପାରା ଏସୀୟ କ୍ରୀଡା : ଓଡ଼ିଶାର ୭ କ୍ରୀଡାବିତଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ହାଙ୍ଗଝୁ ପାରା ଏସୀୟ କ୍ରୀଡାରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଓଡ଼ିଶାର ୭ ଜଣ କ୍ରୀଡାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏସୀୟ ପାରା କ୍ରୀଡା ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଛି। ପାରା ଏସୀୟ କ୍ରୀଡାରେ ଓଡ଼ିଶାର ତାରକା କ୍ରୀଡାବିତ ପ୍ରମୋଦ ଭଗତ ଭାଗ ନେଉଛନ୍ତି । ଏଥର ପାରା ଏସୀୟ କ୍ରୀଡାର ବ୍ୟାଡମିଣ୍ଟନର ମିକ୍ସଡ ଇଭେଣ୍ଟରେ ଗତଥର ଜିତିଥିବା ସ୍ୱର୍ଣ୍ଣ ପଦକ ବଜାୟ ପାଇଁ ଚେଷ୍ଠା କରିବେ ଭଗତ । ଗତଥର ମଧ୍ୟ ଭଗତ ପୁରୁଷ ଡବଲ୍ସରେ ବ୍ରୋଞ୍ଜ ଜିତିଥିଲେ ।

ହାଙ୍ଗଝୁ ଏସୀୟ କ୍ରୀଡାରେ ଭାଗ ନେଉଥିବା ଅନ୍ୟ କ୍ରୀଡାବିତମାନେ ହେଲେ ଜୟନ୍ତୀ ବେହେରା ( ପାରା ଆଥଲେଟିକ୍ସ), ସୈ।ନ୍ଦର୍ଯ୍ୟ କୁମାର ପ୍ରଧାନ ( ଦୃଷ୍ଟି ବାଧିତ ଚେସ ), ରାଖାଲ କୁମାର ସେଠୀ, ଭି. ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଓ ପୂଜାସ୍ୱନୀ ନାୟକ ( ହ୍ୱିଲଚେୟାର ଫେନ‌ସିଂ ) ।

ପାରା ଏସୀୟ କ୍ରୀଡାରେ ଓଡ଼ିଆ କ୍ରୀଡାବିତମାନେ ସଫଳ ପ୍ରଦର୍ଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।