ଘରୋଇ ବସ୍ ଧର୍ମଘଟ ଅକ୍ଟୋବର ୩୧ ଯାଏଁ ସ୍ଥଗିତ, ଆଜି ରାତିଠୁ ଚାଲିବ ବସ୍  | News Room Odisha

ଘରୋଇ ବସ୍ ଧର୍ମଘଟ ଅକ୍ଟୋବର ୩୧ ଯାଏଁ ସ୍ଥଗିତ, ଆଜି ରାତିଠୁ ଚାଲିବ ବସ୍ 

ଭୁବନେଶ୍ୱର – ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା ପରେ ବସ୍ ଧର୍ମଘଟ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ। ଚଳିତମାସ ୩୧ ତାରିଖ ଯାଏଁ ଧର୍ମଘଟ ସ୍ଥଗିତ ରଖିଛି ସଂଘ । ଆସନ୍ତା ୨୬ ତାରିଖରେ ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ପୁଣି ଆଲୋଚନା ହେବ । ଆଜି ରାତିରୁ ବସ୍ ଚଳାଚଳ ଆରମ୍ଭ ହେବ ବୋଲି ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି। ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାରିବ ବୋଲି ସଂଘ କହିଛି। ପାର୍ବଣ ଦୃଷ୍ଟିରୁ ଧର୍ମଘଟରୁ ବିରତ ରହି ଆଲୋଚନା ପାଇଁ ସଂଘକୁ ପରିବହନ ମନ୍ତ୍ରୀ ଅପିଲ କରିଥିଲେ। ଆଜିଠୁ ସଂଘ ପକ୍ଷରୁ ଧର୍ମଘଟ ଆରମ୍ଭ କରାଯାଇଥିଲା ।