ସିଲାବସ ବାହାରୁ ପ୍ରଶ୍ନ, ପୁଣି ହେବ ଓଏସଏସସି ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା | News Room Odisha

ସିଲାବସ ବାହାରୁ ପ୍ରଶ୍ନ, ପୁଣି ହେବ ଓଏସଏସସି ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା

କଟକ – ଓଡିଶା ଷ୍ଟାଫ୍ ସିଲେକସନ୍ କମିଶନ – ଓଏସଏସସି ଦ୍ୱାରା ପରିଚାଳିତ ହାଇସ୍କୁଲ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ ହେଲା ପରେ ଏହାକୁ ବାତିଲ କରିଦିଆଯାଇଛି ।ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବାରୁ ହିନ୍ଦୀ ଓ ସଂସ୍କୃତ ବିଷୟ ଶିକ୍ଷକ ନିଯୁକ୍ତି ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରାଯାଇଛି। ଆସନ୍ତା ଡିସେମ୍ବରରେ ପୁଣି ଥରେ ପରୀକ୍ଷା କରାଯିବ ବୋଲି ଓଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୨ ଓ ୨୩ତାରିଖରେ ହିନ୍ଦୀ ଓ ସଂସ୍କୃତ ବିଷୟର ୨୦୭୫ଟି ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପାଇଁ ଭୁବନେଶ୍ୱରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାରେ ସିଲାବସରୁ ପ୍ରଶ୍ନ ନ ଆସି ସିଲାବସ ବାହାରୁ ଆସିଥିବା ନେଇ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଓଏସଏସସିରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ କମିଶନଙ୍କ ପକ୍ଷରୁ ଶିକ୍ଷା ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶ୍ନପତ୍ର ଯାଞ୍ଚ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ ବହୁ ସଂଖ୍ୟକ ପ୍ରଶ୍ନ ସିଲାବସ୍ ବାହାରୁ ପଡ଼ିଛି।