ଗୀତା ଉପଦେଶ: ମନ ପ୍ରଥମେ କୌଣସି ବସ୍ତୁକୁ ଦେଖେ, ଶୁଣେ, ସ୍ପର୍ଶ କରେ, ଆସ୍ୱାଦନ କରେ ଓ ଆଘ୍ରାଣ କରେ, ତାପରେ ମନ ସେହିଁ ବସ୍ତୁର ଚିନ୍ତନ କରେ | News Room Odisha

ଗୀତା ଉପଦେଶ: ମନ ପ୍ରଥମେ କୌଣସି ବସ୍ତୁକୁ ଦେଖେ, ଶୁଣେ, ସ୍ପର୍ଶ କରେ, ଆସ୍ୱାଦନ କରେ ଓ ଆଘ୍ରାଣ କରେ, ତାପରେ ମନ ସେହିଁ ବସ୍ତୁର ଚିନ୍ତନ କରେ

ଭଗବାନ ଶ୍ରୀକୃଷ୍ଣ ମନକୁ କିପରି ସ୍ଥିର ରଖିବାକୁ ହେବ ତାହା ଅର୍ଜୁନଙ୍କୁ କହିବାକୁ ଯାଇ କହୁଛନ୍ତି-

ସର୍ବଦ୍ୱାରାଣି ସଂଯମ୍ୟ ମନୋ ହୃଦି ନିରୁଧ୍ୟ ଚ। ମୂଦ୍ର୍ଧ୍ନ୍ୟାଧାୟାତ୍ମନଃ ପ୍ରାଣମାସ୍ଥିତୋ ଯୋଗଧାରଣାମ୍।

ଅର୍ଥାତ ସମସ୍ତ ଇନ୍ଦ୍ରିୟ ଦ୍ୱାରକୁ ସଂଯମ କରି ଏବଂ ମନକୁ ହୃଦୟରେ ସ୍ଥିର କରି, ତତ୍‌ପଶ୍ଚାତ୍ ପ୍ରାଣବାୟୁକୁ ମସ୍ତିଷ୍କର ଉପରିଭାଗରେ ସ୍ଥିର କରି, ବ୍ୟକ୍ତି ସ୍ଥିର ଯୋଗିକ ଏକାଗ୍ରତାରେ ସ୍ଥିତ ରହିବା ଆବଶ୍ୟକ।