ବଙ୍ଗୋପ ସାଗରରେ ବାତ୍ୟା ସମ୍ଭାବନା, କାଲିଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ନେଇ ଏସଆରସିଙ୍କ ସୂଚନା | News Room Odisha

ବଙ୍ଗୋପ ସାଗରରେ ବାତ୍ୟା ସମ୍ଭାବନା, କାଲିଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି ।

ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହି ଅବପାତ ବାତ୍ୟା ରୂପ ନେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କାଲି ମଧ୍ୟରାତ୍ରରେ ଦୁର୍ବଳ ବାତ୍ୟାର ରୂପ ନେଇପାରେ ଅବପାତ । ତେବେ ସମ୍ଭାବ୍ୟ ବାତ୍ୟାର ଓଡ଼ିଶା ଉପରେ କୌଣସି ପ୍ରଭାବ ରହିବ ନାହିଁ । ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ ।

ଆସନ୍ତାକାଲିଠାରୁ ୨୫ ତାରିଖ ଯାଏ ଉପକୂଳରେ ବର୍ଷା ହେବ । ବାତ୍ୟା ସମୟରେ ୬୦ରୁ ୭୦କିମି ବେଗରେ ପବନ ବହିବ । ବାତ୍ୟା ସୃଷ୍ଟି ହେବା ପରେ ଏହା ବାଂଲାଦେଶ ମୁହାଁ ହେବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।