ଖଲ୍ଲିକୋଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର | News Room Odisha

ଖଲ୍ଲିକୋଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବଡ଼ରାମପଲ୍ଲୀ ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତ ଯୁବକ କୋମଣ୍ଡ ଗାଁର କେ. ପଦ୍ମରେଡି ବୋଲି ଜଣାପଡିଛି। ଆକ୍ରମଣରେ ଗୁରୁତର ଯୁବକ ଗୁଡିଝର ଗାଁର ନୃସିଂହ ନାଥ ପଣ୍ଡା ବୋଲି କୁହାଯାଇଛି ।

ଦୁଇ ଯୁବକ ଶନିବାର ରାତି ସାଢ଼େ ୧୦ଟା ବେଳେ ଅଟୋ ଯୋଗେ ପୁରୁଷୋତ୍ତମପୁରରୁ ନିଜ ଗାଁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ଉଭୟଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ପଦ୍ମରେଡିଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଗୁରୁତର ଯୁବକ ନୃସିଂହଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।