ଗୀତା ଉପଦେଶ: ପରମ ପୁରୁଷ ଶ୍ରୀକୃଷ୍ଣ ସୃଷ୍ଟିର ସବୁକିଛିର ଆଧାର ଅଟନ୍ତି, ତେଣୁ କୌଣସି ଦେବତା ତାଙ୍କଠାରୁ ସ୍ୱତନ୍ତ୍ର ନୁହଁନ୍ତି  | News Room Odisha

ଗୀତା ଉପଦେଶ: ପରମ ପୁରୁଷ ଶ୍ରୀକୃଷ୍ଣ ସୃଷ୍ଟିର ସବୁକିଛିର ଆଧାର ଅଟନ୍ତି, ତେଣୁ କୌଣସି ଦେବତା ତାଙ୍କଠାରୁ ସ୍ୱତନ୍ତ୍ର ନୁହଁନ୍ତି 

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମନୁଷ୍ୟ ର ସ୍ଵଭାବ ବିଷୟରେ ବୁଝାଇ କହୁଛନ୍ତି-

କାମୈସ୍ତୈସ୍ତୈର୍ହୁତଜ୍ଞାନାଃ ପ୍ରପଦ୍ୟନ୍ତେଽନ୍ୟଦେବତାଃ। ତଂ ତଂ ନିୟମମାସ୍ଥାୟ ପ୍ରକୃତ୍ୟା ନିୟତାଃ ସ୍ୱୟା।*

ଅର୍ଥାତ ଯେଉଁ ବ୍ୟକ୍ତିମାନଙ୍କର ଜ୍ଞାନ ଭୌତିକ କାମନାରେ ଗ୍ରସ୍ତ ହୋଇଥାଏ, ସେମାନେ ସ୍ୱର୍ଗର ଦେବତା ମାନଙ୍କର ଶରଣାଗତି କରିଥାନ୍ତି । ନିଜର ସ୍ୱଭାବ ଅନୁଯାୟୀ, ସେମାନେ ଉପଯୁକ୍ତ ବିଧିବିଧାନ ପାଳନ ପୂର୍ବକ ସ୍ୱର୍ଗର ଦେବୀ ଦେବତା ମାନଙ୍କର ଉପାସନା କରିଥାନ୍ତି।