କିଛି ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ, ୨୫ ଯାଏଁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା | News Room Odisha

କିଛି ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ, ୨୫ ଯାଏଁ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଗାମୀ କିଛି ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ। ବାତ୍ୟାର ରୂପ ନେବା ପରେ ଏହା ବାଂଲାଦେଶ ଆଡ଼କୁ ଅଗ୍ରସର ହେବ ବୋଲି ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟାର ନାଁ ‘ହାମୁନ’ ରଖାଯାଇଛି । ୨୫ ତାରିଖରେ ସମ୍ଭାବ୍ୟ ବାତ୍ୟା ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ପଡ଼ୋଶୀ ପଶ୍ଚିମବଙ୍ଗରେ ଆଜିଠୁୁ ୨୫ ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ସେହିଭଳି ଆଜି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏବଂ ୨୪ ଓ ୨୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ସନ୍ନିକଟ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ଓ ବେଳେ ବେଳେ ୬୫ କିମି ବେଗରେ ମଧ୍ୟ ପବନ ବହିବା ନେଇ ଆଇଏମଡି ସୂଚନା ଦେଇଛି ।