ବେଆଇନ ଗଛ କଟା ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ଛଦ୍ମ ବାବା ଗିରଫ | News Room Odisha

ବେଆଇନ ଗଛ କଟା ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ଛଦ୍ମ ବାବା ଗିରଫ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଧରାକୋଟର ଆଠଘରିଆ ଜଙ୍ଗଲରୁ ବେଆଇନ ଭାବେ ଗଛକାଟି ଆଶ୍ରମ ନିର୍ମାଣ ଅଭିଯୋଗର ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରାଯାଇଛି। ବନ ବିଭାଗ ଛଦ୍ମ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆତ୍ମଘୋଷିତ ବାବା ଜଙ୍ଗଲ ଜମି ଦଖଲ କରି ଗଛ କାଟୁଥିବା ନେଇ ବନବିଭାଗକୁ ଅଭିଯୋଗ କରାଯାଇଥିଲା । ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ଜଙ୍ଗଲରେ ଚଢ଼ଉ କରାଯାଇ ଜବରଦଖଲକାରୀ ବାବାଙ୍କୁ ଗିରଫ କରାଯାଇଛି। ଛଦ୍ମ ବାବା ଜଣକ କବିସୂର୍ଯ୍ୟନଗର ଅଞ୍ଚଳର କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି।