ବିଶନ ସିଂହ ବେଦୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ | News Room Odisha

ବିଶନ ସିଂହ ବେଦୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ୱର – ପୂର୍ବତନ କ୍ରିକେଟର ବିଶନ ସିଂହ ବେଦୀଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତର ପୂର୍ବତନ ଟେଷ୍ଟ ଅଧିନାୟକ ଜଣକ ମହାନ ସ୍ପିନର ଥିଲେ ଯିଏ କି ନିଜର ଯାଦୁକରୀ ବୋଲିଂ ଯୋଗେ ଭାରତ ପାଇଁ ଅନେକ ସଫଳତା ଆଣିଥିଲେ । ଏହି ଦୁଃଖର ସମୟରେ ଶୋକାଭିଭୂତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସମବେଦନା ଜ୍ଞାପନ କରିବା ସହ ଦିବଂଗତ କ୍ରିକେଟରଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।