ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ବାଲ କାଣ୍ଡ ॥

ସରଦ ବିମଲ ବିଧୁ ବଦନୁ ସୁହାବନ ।

ନୟନ ନବଲ ରାଜୀବ ଲଜାବନ ॥

ସକଲ ଅଲୌକିକ ସୁଂଦରତାଈ ।

କହି ନ ଜାଈ ମନହୀଂ ମନ ଭାଈ ॥

 

ଭାବାର୍ଥ :- ଶ୍ରୀରାମଙ୍କ ସୁନ୍ଦର ଶ୍ରୀମୁଖ ଶରଦ ପୂର୍ଣ୍ଣିମାର ନିର୍ମଳ ଚନ୍ଦ୍ରମା ସମାନ ଦିଶୁଥାଏ, ଆଉ ତାଙ୍କ ମନୋରମ ସୁନ୍ଦର ଆଖିକୁ ଦେଖି ସଜ ପଦ୍ମଫୁଲ ଟି ମଧ୍ୟ ଲାଜେଇଯିବ । ଶ୍ରୀରାମଙ୍କ ଶରୀରର ସମସ୍ତ ସୌଷ୍ଠବର ସୌନ୍ଦର୍ଯ୍ୟ ଅଲୌକିକ ଦିଶୁଥାଏ । ଏହା ପ୍ରଭୁଙ୍କ ମାୟା ଦ୍ଵାରା ନିର୍ମିତ କୌଣସି ବସ୍ତୁ ନୁହେଁ, ଯିଏ ସଚ୍ଚିଦାନନ୍ଦମୟ ସ୍ବରୂପ ଅଟନ୍ତି ତାଙ୍କ ଦିବ୍ୟତା କୁଆଡେ ଯାଏ ନାହିଁ, ଦର୍ଶନମାତ୍ରେ ମନେ ମନେ ବହୁତ ପ୍ରିୟ ରୂପେ ଅନୁଭୂତ ହୁଅନ୍ତି ।