ଗଞ୍ଜାମ: ଜୁଆ ଆଡ୍ଡାରେ ଧରପଗଡ଼, ୩୦ ଗିରଫ  | News Room Odisha

ଗଞ୍ଜାମ: ଜୁଆ ଆଡ୍ଡାରେ ଧରପଗଡ଼, ୩୦ ଗିରଫ 

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ କୁମାର ପୂର୍ଣ୍ଣିମା ପର୍ବ ଆଉ ଅଳ୍ପ କିଛି ଦିନ ରହିଛି। ଏଭଳି ସ୍ଥିତିରେ ଜୁଆ ଖେଳର ଆସର ବେଶ୍ ବୃଦ୍ଧି ପାଇଛି। ଅନେକ ଲୋକ ଏହାକୁ ମନୋରଞ୍ଜନର ମାଧ୍ୟମ କରିଥିବା ବେଳେ ଆଉ କିଛି ଏହାକୁ ଆର୍ଥିକ ଲାଭ ପାଇଁ ଅପରାଧିକ ମାର୍ଗରେ ଟାଣି ନେଉଛନ୍ତି। ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଛି। ଏହାକୁ ରୋକିବାକୁ ପୋଲିସ ତରଫରୁ ବ୍ୟାପକ ଧରପଗଡ଼ ଜାରି ରହିଛି। ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ପୋଲିସ ବାହିନୀ ବେଆଇନ ଜୁଆ ଆଡ୍ଡାରେ ଚଢ଼ାଉ କରି ୩୦ ଜଣ ଜୁଆଡିଙ୍କୁ ଗିରଫ କରିଛି। ୬ ଗୋଟି ଜୁଆ ଆଡ୍ଡାରୁ ୬୯ ହଜାର ୫୪୦ ଟଙ୍କା ଜବତ କରିବା ସହ ୫ଟି ବାଇକ୍ ମଧ୍ୟ ହେପାଜତକୁ ନେଇଛି। ହିଞ୍ଜିଳିକାଟୁ, ପାଟପୁର, କବିସୂର୍ଯ୍ୟନଗର, ବେଲଗୁଣ୍ଠା ଓ ଭଞ୍ଜନଗର ଥାନା ପୋଲିସ ଜୁଆ ଖେଳ ବିରୋଧରେ ଏଭଳି ଧରପଗଡ଼ ଅଭିଯାନ କରିଥିବା ଗଞ୍ଜାମ ପୋଲିସ ଜିଲ୍ଲା ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଆଗକୁ ମଧ୍ୟ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛନ୍ତି ଏସପି।