ପାରା ଏସୀୟ କ୍ରୀଡ଼ାରେ ବିଶ୍ୱ ରେକର୍ଡ ଥ୍ରୋ ସହ ଜାଭେଲିନ ସ୍ୱର୍ଣ୍ଣ ଜିତିଲେ ସୁମିତ ଅନ୍ତିଲ  | News Room Odisha

ପାରା ଏସୀୟ କ୍ରୀଡ଼ାରେ ବିଶ୍ୱ ରେକର୍ଡ ଥ୍ରୋ ସହ ଜାଭେଲିନ ସ୍ୱର୍ଣ୍ଣ ଜିତିଲେ ସୁମିତ ଅନ୍ତିଲ 

ହାଙ୍ଗଝୁ – ହାଙ୍ଗଝୁ ପାରା ଏସୀୟ କ୍ରୀଡାରେ ଭାରତୀୟ ପ୍ରତିଯୋଗୀଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ପାରାଅଲିମ୍ପିକ ଜାଭେଲିନ ଚାମ୍ପିୟନ ସୁମିତ ଅନ୍ତିଲ ଏଫ୬୪ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏକ ବିଶ୍ୱରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ସୁମିତ ଅନ୍ତିଲ। ଅନ୍ତିଲ ୭୩ ଦଶମିକ ୨୯ ମିଟର ଥ୍ରୋ ସହ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।