ରହିଲା ନାହିଁ ଦଶହରା ଖୁସି, ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରିବା ବେଳେ ଦୁର୍ଘଟଣାରେ ୪ ମୃତ | News Room Odisha

ରହିଲା ନାହିଁ ଦଶହରା ଖୁସି, ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରିବା ବେଳେ ଦୁର୍ଘଟଣାରେ ୪ ମୃତ

ନୂଆପଡ଼ା – ନୂଆପଡ଼ା ଜିଲ୍ଲା ବୋଡ଼େନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୀର୍ଘ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବୋଡ଼େନ ଥାନା ରାଜପୁର ଛକରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ୩ ଜଣଙ୍କୁ ବୋଡ଼େନ ଓ ନୂଆପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଦଶହରା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରୁଥିବା ବେଳେ ଏହି ଦୁର୍ଘଟଣାର ଘଟିଛି । ବିଜୁ ଏକ୍ସପ୍ରେସ ୱେର ରାଜପୁର ଗାଁ ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।