ଛାତ୍ରଙ୍କଠାରୁ ମାଡ ଖାଇ ଗୁରୁତର ଆହତ ଅଧ୍ୟାପକଙ୍କ ୯ ମାସ ପରେ ମୃତ୍ୟୁ | News Room Odisha

ଛାତ୍ରଙ୍କଠାରୁ ମାଡ ଖାଇ ଗୁରୁତର ଆହତ ଅଧ୍ୟାପକଙ୍କ ୯ ମାସ ପରେ ମୃତ୍ୟୁ

ଝାରସୁଗୁଡ଼ା – ଛାତ୍ରଙ୍କ ମାଡରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ କଲେଜ ଅଧ୍ୟାପକଙ୍କ ମୃତ୍ୟୁ ହୋଇଛି। ଝାରସୁଗୁଡ଼ା କଟାପାଲି ସ୍ଥିତ ପ୍ରଦୋଷ କୁମାର ସ୍ମୃତି ସ୍ମାରକୀ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିଲେ ଅଧ୍ୟାପକ ଅମିତ ବାରିକ । ଚିକିତ୍ସାଧୀନ ଅବସ୍ଥାରେ ୯ ମାସ ରହିଲା ପରେ ଅଧ୍ୟାପକ ଅମିତ ବାରିକଙ୍କ ମୃତ୍ୟୁ ହୋଇଛି।

ଏ ବର୍ଷ ଫେବ୍ରୁଆରୀ ମାସରେ କ୍ଲାସକୁ ଡେରିରେ ଆସିବାରୁ ଅଧ୍ୟାପକ ଅମିତ ବାରିକ ଛାତ୍ରଙ୍କୁ ତାଗିଦ କରିଥିଲେ । ଛାତ୍ରଜଣଙ୍କ ଉତକ୍ଷିପ୍ତ ହୋଇ ଅଧ୍ୟାପକଙ୍କୁ ମାଡ ମାରିଥିଲେ । ଅଧ୍ୟାପକଙ୍କ ମୁଣ୍ଡ ଟେବୁଲରେ ବାଡେଇ ହୋଇଯାଇଥିଲା ଓ ସେ ସଂଜ୍ଞାହୀନ ହୋଇପଡିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସହକର୍ମୀ ଓ ଛାତ୍ରଛାତ୍ରୀମାନେ ତୁରନ୍ତ ଝାରସୁଗୁଡା ଡାକ୍ତରଖାନା ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।