ବଦଳିଲେ ବାଙ୍କୀ ଥାନା ଆଇଆଇସି | News Room Odisha

ବଦଳିଲେ ବାଙ୍କୀ ଥାନା ଆଇଆଇସି

କଟକ – କଟକ ଜିଲ୍ଲା ବାଙ୍କୀ ଥାନା ଆଇଆଇସି କାବୁଲି ବାରିକଙ୍କୁ ବଦଳି କରାଯାଇଛି। ଭଦ୍ରେଶ୍ୱର ଥାନାକୁ କାବୁଲି ବାରିକଙ୍କୁ ବଦଳି କରାଯାଇଛି। ବାରିକଙ୍କ ସ୍ଥାନରେ ଭଦ୍ରେଶ୍ୱର ଥାନା ଆଇଆଇସି ଶିବପ୍ରସାଦ ବେହେରାଙ୍କୁ ବାଙ୍କୀ ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି। ଜଣେ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ଗୁରୁତର ଆହତ ହେବା ଘଟଣାରେ ଚର୍ଚ୍ଚାରେ ଥିଲା ବାଙ୍କୀ ଥାନା। ମାତ୍ର ୩ ମାସ ତଳେ କାବୁଲି ବାରିକ ବାଙ୍କୀ ଆଇଆଇସି ଭାବେ ନିଯୁକ୍ତ ହୋଇଥିଲେ ।