ଓଡ଼ିଶା ମିଲେଟ ମିଶନ ନେଇ ବୈଠକ: ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ | News Room Odisha

ଓଡ଼ିଶା ମିଲେଟ ମିଶନ ନେଇ ବୈଠକ: ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ

ଭୁବନେଶ୍ବର – ଓଡ଼ିଶା ମିଲେଟ ମିଶନର ଲକ୍ଷ୍ୟ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ୯ ଏବଂ ୧୦ ତାରିଖରେ ଆୟୋଜିତ ହେବାକୁ ଥିବା ମିଲେଟ ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ନେଇ ଆଜି ଏକ ବୈଠକ ଓଡ଼ିଶା ସରକାରଙ୍କ ଇନଷ୍ଟିଚ୍ୟୁସନାଲ କାପାସିଟି ବିଲ୍ଡିଂର ମୁଖ୍ୟ ଉପଦେଷ୍ଟା ସୁବ୍ରତ ବାଗଚୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କୃଷି ଭବନଠାରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଓଡ଼ିଶା ମିଲେଟସ ମିଶନର ଅଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶାରେ ମିଲେଟ ମିଶନର ବିଭିନ୍ନ କାର୍ଯ୍ୟକ୍ରମର ବୈଶିଷ୍ଟ୍ୟ ଏବଂ ସଫଳତା ଉପରେ ଆଲୋକପାତ କରାଯାଇଥିଲା । ଓଡ଼ିଶା ମିଲେଟସ ମିଶନ ପାଇଁ ୨୦୩୦ ଏବଂ ୨୦୩୬କୁ ଧାର୍ଯ୍ୟ ବର୍ଷ ଭାବେ ଲକ୍ଷ୍ୟ ରଖି ଏକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସୁବ୍ରତ ବାଗଚୀ ପରାମର୍ଶ ଦେଇଛନ୍ତି।