ଗତକାଲିଠୁ ଉପବାସରେ ଶ୍ରୀଲିଙ୍ଗରାଜ, ହୋଇନାହିଁ ନୀତିକାନ୍ତି | News Room Odisha

ଗତକାଲିଠୁ ଉପବାସରେ ଶ୍ରୀଲିଙ୍ଗରାଜ, ହୋଇନାହିଁ ନୀତିକାନ୍ତି

ଭୁବନେଶ୍ୱର – ଉପବାସରେ ମହାପ୍ରଭୁ ଲିଙ୍ଗରାଜ। ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦ ପାଇଁ ଗତକାଲିଠୁ ଉପବାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଗତକାଲି ମଙ୍ଗଳ ଆଳତି ପରଠାରୁ ମହାପ୍ରଭୁଙ୍କ କୌଣସି ନୀତିକାନ୍ତି ହୋଇନାହିଁ।

ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ କରି ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ସବୁ ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ କେମିତି ହାଇକୋର୍ଟରୁ ଅନୁମତି ମିଳିଛି ବୋଲି ପ୍ରଶ୍ନ କରିଛି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ବାରମ୍ବାର ଶ୍ରୀଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ଯୋଗୁଁ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଚଳାବସ୍ଥା ଶୀଘ୍ର ଦୂର କରିବା ପାଇଁ ଦାବି ହୋଇଛି।