ନରହରି ସେଠୀ କଟକର ନୂଆ ଜିଲ୍ଲାପାଳ, ଭବାନୀ ଶଙ୍କର ଚୟନୀ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ | News Room Odisha

ନରହରି ସେଠୀ କଟକର ନୂଆ ଜିଲ୍ଲାପାଳ, ଭବାନୀ ଶଙ୍କର ଚୟନୀ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର – କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ବଦଳି କରାଯାଇଛି । ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଚୟନୀଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଚୟନୀଙ୍କ ସ୍ଥାନରେ ଉଚ୍ଚଶିକ୍ଷା ବିଭାଗର ବର୍ତ୍ତମାନ ନିର୍ଦ୍ଦେଶକ ଥିବା ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।