୫ ବର୍ଷରୁ ଅଧିକ ସମୟ ପରେ ଆଜି ଓଡ଼ିଶା ଛାଡ଼ିବେ ପ୍ରଫେସର ଗଣେଶୀ ଲାଲ୍  | News Room Odisha

୫ ବର୍ଷରୁ ଅଧିକ ସମୟ ପରେ ଆଜି ଓଡ଼ିଶା ଛାଡ଼ିବେ ପ୍ରଫେସର ଗଣେଶୀ ଲାଲ୍ 

ଭୁବନେଶ୍ୱର – ରାଜ୍ୟପାଳ ଭାବେ ୫ ବର୍ଷରୁ ଅଧିକ ସମୟ ରହିଲା ପରେ ଆଜି ଓଡ଼ିଶା ଛାଡ଼ିବେ ପ୍ରଫେସର ଗଣେଶୀ ଲାଲ । ବିଦାୟୀ ରାଜ୍ୟପାଳଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପ୍ରଫେସର ଗଣେଶୀ ଲାଲଙ୍କ ଦୀର୍ଘ ଓ ସକ୍ରିୟ ସାଧାରଣ ଜୀବନ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ତାଙ୍କ ଘର ବୋଲି ଏହି ଅବସରରେ ରାଜ୍ୟପାଳ କହିଥିଲେ । ଏଠାକାର ମାଟିରେ ସୁଗନ୍ଧ ଅଛି । ଦୁନିଆରେ ଯେଉଁଠି ବି ବୁଲନ୍ତୁ, ପୁରୀ ଭଳି ଭଲ ପାଇବା କେଉଁଠୁ ପାଇବେନି ବୋଲି ରାଜ୍ୟପାଳ କହିଛନ୍ତି ।

୨୦୧୮, ମେ’ ୨୯ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ନେଇଇଥିଲେ ପ୍ରଫେସର ଗଣେଶୀ ଲାଲ । ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ପରବର୍ତ୍ତୀ ରାଜ୍ୟପାଳ । ଆସନ୍ତା ୨୯ ତାରିଖରେ ରଘୁବର ଦାସ ଓଡ଼ିଶାରେ ପହଞ୍ଚିବେ। ୩୧ ତାରିଖରେ ସେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ।