ଆଜିଠୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ | News Room Odisha

ଆଜିଠୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର – ଆଜିଠାରୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି।

୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ କରାଯିବ । ୨୦୨୩ ଡିସେମ୍ବର ୯ ଯାଏଁ ଆବେଦନ କରି ପାରିବେ ଭୋଟର । ଅନଲାଇନ୍ ଓ ଅଫ ଲାଇନରେ ଆବେଦନ କରାଯାଇପାରିବ।

ଅଧିକ ସହାୟତା ପାଇଁ ୧୯୫୯କୁ କଲ କରିପାରିବେ ଭୋଟର । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।