ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ | News Room Odisha

ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

କଟକ- ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ସେ ଚିକିତ୍ସାଧୀନ ଥିଲେ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସ୍ୱରୂପ ନାୟକ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଅଶୀ ଦଶକରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପାଦ ଥାପିଥିଲେ।

ହୀରାନିଳା, ବଗୁଲା ବଗୁଲୀ, ଲାଲ୍ ପାନ ବିବି, ସାଗର, ଯାହାକୁ ରଖିବେ ଅନନ୍ତ, କି ହେବ ଶୁଆ ପୋଷିଲେ, ପଞ୍ଜୁରୀ ଭିତରେ ଶାରୀ,ଲକ୍ଷେ ଶିବ ପୂଜି ପାଇଛି ପୁଅ, ପୁଅ ମୋର ଭୋଳା ଶଙ୍କର, ନାରୀ ନୁହେଁ ତୁ ନାରାୟଣୀ, ବର୍ଷା ମାଇଁ ଡାର୍ଲିଙ୍ଗ, ବାବୁ ପର୍ଶୁରାମ, ଅର୍ଜୁନ, ସ୍ୱୟଂସିଦ୍ଧା ଭଳି ଅନେକ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶକ ଥିଲେ ସ୍ୱରୂପ ନାୟକ । ସଂଗୀତ ନିର୍ଦ୍ଦେଶନା ଦେବା ସହ ସେ ଜଣେ ଗୀତିକାର ମଧ୍ୟ ଥିଲେ ।