ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ପାରା ଏସୀୟ କ୍ରୀଡାରେ ଏସଏଲ୩ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରମୋଦ ଭଗତଙ୍କ ଏହି ଉଲ୍ଲେଖନୀୟ ସଫଳତା ରାଜ୍ୟ ଓ ଦେଶ ପାଇଁ ଗୈାରବ ଆଣିବାକୁ ଅନ୍ୟ କ୍ରୀଡାବିତମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରମୋଦ ଭଗତ ପାରା ଏସୀୟ କ୍ରୀଡାର ଏସଏଲ୩ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଜି ସେ ଫାଇନାଲରେ ଭାରତର ହିଁ ନିତେଶ କୁମାରଙ୍କୁ ହରାଇଥିଲେ। ୨୦୧୮ ମସିହାରେ ମଧ୍ୟ ଭଗତ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ହାସଲ କରିଥିଲେ ।