ପ୍ରମୋଦ ଭଗତଙ୍କ ପାଇଁ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ  | News Room Odisha

ପ୍ରମୋଦ ଭଗତଙ୍କ ପାଇଁ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ହାଙ୍ଗଝୁ ପାରା ଏସୀୟ କ୍ରୀଡାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାର ତାରକା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ପାଇଁ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ପାରା ଏସୀୟ କ୍ରୀଡ଼ାରେ ପ୍ରମୋଦ ଭଗତ ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ତିନିଟି ପଦକ ହାସଲ କରିଛନ୍ତି। ଭଗତ ପୁରୁଷ ସିଙ୍ଗଲ୍ସ ଏସଏଲ୩ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହାଛଡା ସେ ଏସଏଲ୩-ଏସଏଲ୪ ପୁରୁଷ ଡବଲ୍ସ ଓ ଏସଏଲ୩- ଏସୟୁ୫ ମିକ୍ସଡ ଡବଲ୍ସରେ ଭଗତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ପ୍ରତିଜ୍ଞ ପ୍ରମୋଦ ଜଣେ ଶ୍ରେଷ୍ଠ ଖେଳାଳି। ୨୦୨୪ ପାରା ଅଲିମ୍ପିକ୍ସରେ ମଧ୍ୟ ପ୍ରମୋଦ ନିଶ୍ଚିତ ଭାବେ ଆମକୁ ଗର୍ବିତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ୟାରିସ ପାରା ଅଲିମ୍ପିକ୍ସ ପାଇଁ ପ୍ରମୋଦଙ୍କୁ ସବୁ ପ୍ରକାର ସହାୟତା ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ନିଜର ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମୋଦ ଭଗତ ।