ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକି: ଥାଇଲାଣ୍ଡ ବିପକ୍ଷରେ ବୃହତ ବିଜୟ ସହ ଭାରତର ଅଭିଯାନ ଆରମ୍ଭ | News Room Odisha

ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକି: ଥାଇଲାଣ୍ଡ ବିପକ୍ଷରେ ବୃହତ ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ରାଞ୍ଚି – ଏଠାରେ ଆରମ୍ଭ ହୋଇଥିବା ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଏସୀୟ କ୍ରୀଡା ହକିରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ଏକତରଫା ମ୍ୟାଚରେ ୭-୧ ଗୋଲରେ ହରାଇଛି । ବିଜୟୀ ଭାରତୀୟ ଦଳ ପକ୍ଷରୁ ଉଦୀୟମାନ ତାରକା ସଙ୍ଗୀତା କୁମାରୀ ସର୍ବାଧିକ ୩ଟି ଗୋଲ୍ ଦେବା ସହ ହ୍ୟାଟ୍ରିକ ହାସଲ କରିଥିଲେ । ଦଳ ପକ୍ଷରୁ ମୋନିକା, ସଲିମା ଟେଟେ, ଦୀପିକା ଓ ଲାଲରେମସିଆମି ମଧ୍ୟ ଗୋଲ୍ ସ୍କୋର କରିଥିଲେ। ଭାରତ ଦ୍ୱିତୀୟ ମ୍ୟାଚରେ ମାଲେସିଆକୁ ଭେଟିବ ।