ଆଜି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ | News Room Odisha

ଆଜି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ

ପୁରୀ: ଆଜି ଆଶ୍ଵିନ ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଓଡ଼ିଶା ସମେତ ଭାରତର ସର୍ବତ୍ର ଏହା ଦୃଶ୍ୟମାନ ହେବ। ଏଥିପାଇଁ ବିଭିନ୍ନ ମଠ ମନ୍ଦିରରେ ବିଶେଷ ଗ୍ରହଣ ନୀତି ନିର୍ଦ୍ଧାରଣ କରାଯାଇଛି। ଜ୍ୟୋତିଷ ଗଣନା ଅନୁଯାୟୀ ନଭେମ୍ବର ୨୮ ତାରିଖ ଶନିବାର ଦିନ ଦେବନୀତି ଓ ଦିନଚର୍ଯ୍ୟ ସ୍ଥିର କରାଯାଇଛି।

ଏହିଦିନ ଗ୍ରହଣ ସ୍ପର୍ଶ ରାତ୍ର ୧:୫:୨୩ ସେକେଣ୍ଡ ମିନିଟରେ ଆରମ୍ଭ ହେବ। ଗ୍ରହଣ ମଧ୍ୟ ୧:୪୪:୦୩ ସେକେଣ୍ଡ ରହିବ।ଗ୍ରହଣ ମୋକ୍ଷ ୨:୨୨:୩୮ସେକେଣ୍ଡ ରେ ହେବ। ଗ୍ରହଣ ସ୍ପର୍ଶ ଆରମ୍ଭ ହେବାର ୯ ଘଣ୍ଟା ପୂର୍ବରୁ ପାକ ଓ ଦେବନୀତି ଅର୍ଥାତ ଅପରାହ୍ନ ୪ଟା ୫ ମିନିଟରୁ ରାତ୍ର ୨ ଟା ୨୩ ମିନିଟ ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି। କେବଳ ବୃଦ୍ଧ, ବାଳକ ଓ ରୋଗୀଙ୍କ ପାଇଁ ଏହି ନିୟମ ଲଂଘନୀୟ। ଗ୍ରହଣ ମୋକ୍ଷ ପରବର୍ତ୍ତୀ ସମୟରେ ସ୍ନାନ ଆଦି କରି ପୁନର୍ବାର ଦେବନୀତି କରଣୀୟ ବୋଲି ଶାସ୍ତ୍ର ନିର୍ଦେଶ ରହିଛି।