ଏସୀୟ ପାରା ଗେମ୍ସରେ ୧୦୦ ପଦକ ସହ ଭାରତର ଐତିହାସିକ ସଫଳତା, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ଏସୀୟ ପାରା ଗେମ୍ସରେ ୧୦୦ ପଦକ ସହ ଭାରତର ଐତିହାସିକ ସଫଳତା, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ହାଙ୍ଗଝୁ ପାରା ଏସୀୟ କ୍ରୀଡାରେ ଭାରତୀୟ ଦଳ ଐତିହାସିକ ପ୍ରଦର୍ଶନ କରିଛି । ପ୍ରଥମ ଥର ପାଇଁ ଭାରତ ୧୦୦ ପଦକ ପାର କରିଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। କ୍ରୀଡାବିତଙ୍କ କଠୋର ପରିଶ୍ରମ, ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଏହି ଐତିହାସିକ ମାଇଲଖୁଣ୍ଟ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପାରା ଆଥଲେଟମାନେ ଦେଶକୁ ଆଗକୁ ମଧ୍ୟ ଗର୍ବିତ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।