ଜାତୀୟ କ୍ରୀଡା: ଓଡ଼ିଶାର ଗୋଲ୍ଡେନ ଗାର୍ଲ୍ ପ୍ରଣତି ଜିତିଲେ ନିଜର ଚତୁର୍ଥ ଜିମ୍ନାଷ୍ଟିକ୍ସ ସ୍ୱର୍ଣ୍ଣ | News Room Odisha

ଜାତୀୟ କ୍ରୀଡା: ଓଡ଼ିଶାର ଗୋଲ୍ଡେନ ଗାର୍ଲ୍ ପ୍ରଣତି ଜିତିଲେ ନିଜର ଚତୁର୍ଥ ଜିମ୍ନାଷ୍ଟିକ୍ସ ସ୍ୱର୍ଣ୍ଣ

ଭୁବନେଶ୍ୱର – ଗୋଆ ଜାତୀୟ କ୍ରୀଡାରେ ନିଜର ଚତୁର୍ଥ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର ଷ୍ଟାର ଜିମ୍ନାଷ୍ଟ ପ୍ରଣତି ନାୟକ। ଆର୍ଟିଷ୍ଟିକ ଜିମ୍ନାଷ୍ଟ ପ୍ରଣତି ବିମ୍ ଇଭେଣ୍ଟରେ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଓଡ଼ିଶାର ଏହି ଆନ୍ତର୍ଜାତିକ ଜିମ୍ନାଷ୍ଟ ପୂର୍ବରୁ ଚଳିତ ଜାତୀୟ କ୍ରୀଡା ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସର ବ୍ୟକ୍ତିଗତ ଅଲରାଉଣ୍ଡ ଇଭେଣ୍ଟରେ ପ୍ରଥମେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପରେ ଭଲଟିଂ ଟେବୁଲ୍ ଓ ଅନଇଭେନ୍ ବାର୍ ଇଭେଣ୍ଟରେ ମଧ୍ୟ ପ୍ରଣତି ସ୍ୱର୍ଣ୍ଣ ଜିତିଥିଲେ । ଆଜି ସେ ବିମ୍ ଇଭେଣ୍ଟରେ ମଧ୍ୟ ପ୍ରାଧାନ୍ୟ ହାସଲ କରି ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।