ଆଜିଠୁ ଭୁବନେଶ୍ୱର-ଗୁଆହାଟୀ ସିଧାସଳଖ ବିମାନ ସେବା | News Room Odisha

ଆଜିଠୁ ଭୁବନେଶ୍ୱର-ଗୁଆହାଟୀ ସିଧାସଳଖ ବିମାନ ସେବା

ଭୁବନେଶ୍ୱର – ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଓଡିଶା ସହ ଯୋଡିହେବ ଉତ୍ତର-ପୂର୍ବ ଭାରତ । ଆଜିଠାରୁ ଭୁବନେଶ୍ୱରରୁ ଆସାମର ଗୁଆହାଟୀକୁ ସିଧାସଳଖ ବିମାନ ଯାତ୍ରା ଆରମ୍ଭ ହେବ । ପ୍ରତିଦିନ ଭୁବନେଶ୍ବରରୁ ଗୁଆହାଟୀକୁ ଉଡିବ ବିମାନ । ଇଣ୍ଡିଗୋ ଯୋଗାଇବ ବିମାନ ସେବା । ମାତ୍ର ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୁଆହାଟୀରେ ପହଞ୍ଚି ପାରିବେ ଯାତ୍ରୀ । ଆଗକୁ ଜାମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ମଧ୍ୟ ଭୁବନେଶ୍ବରରୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ରହିଛି।