ଜାତୀୟ କ୍ରୀଡା: ୧୦୦ ମିଟର ମହିଳା ସ୍ପ୍ରିଣ୍ଟରେ ଶ୍ରାବଣୀଙ୍କୁ ରୌପ୍ୟ, ପୁରୁଷ ହାଇଜମ୍ପରେ ବ୍ରୋଞ୍ଜ ଜିତିଲେ ସ୍ୱାଧୀନ  | News Room Odisha

ଜାତୀୟ କ୍ରୀଡା: ୧୦୦ ମିଟର ମହିଳା ସ୍ପ୍ରିଣ୍ଟରେ ଶ୍ରାବଣୀଙ୍କୁ ରୌପ୍ୟ, ପୁରୁଷ ହାଇଜମ୍ପରେ ବ୍ରୋଞ୍ଜ ଜିତିଲେ ସ୍ୱାଧୀନ 

ପାଣାଜୀ – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡା ଆଥଲେଟିକ୍ସରେ ରବିବାର ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ମହିଳା ୧୦୦ ମିଟର ଦୌଡରେ ଓଡ଼ିଶାର ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ହାଇଜମ୍ପରେ ଓଡ଼ିଶାର ସ୍ୱାଧୀନ କୁମାର ମାଝୀ ବ୍ରୋଞ୍ଜ ପଦକ ଜିତିଛନ୍ତି।

ସନ୍ତରଣରୁ ମଧ୍ୟ ଓଡ଼ିଶାକୁ ପଦକ ମିଳିଛି। ମହିଳା ୧୦୦ ମିଟର ବଟରଫ୍ଲାଏ ଷ୍ଟ୍ରୋକ ଇଭେଣ୍ଟରେ ସୃଷ୍ଟି ଉପାଧ୍ୟାୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।