ଟ୍ରେନ ଦୁର୍ଘଟଣା ସ୍ଥଳକୁ ଯିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  | News Room Odisha

ଟ୍ରେନ ଦୁର୍ଘଟଣା ସ୍ଥଳକୁ ଯିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ 

ଭୁବନେଶ୍ୱର – ଆନ୍ଧ୍ର ପ୍ରଦେଶ ବିଜୟନଗରମ ନିକଟରେ ଗତକାଲିର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମୃତାହତଙ୍କ ମଧ୍ୟରେ ଓଡ଼ିଆ ବି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏ ଦୃଷ୍ଟିରୁ ଦୁର୍ଘଟଣା ସ୍ଥଳକୁ ଯିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହସ୍ପିଟାଲରେ ଆହତମାନଙ୍କୁ ଭେଟିବା ପାଇଁ ମଧ୍ୟ ରାଜସ୍ୱ ମନ୍ତ୍ରୀଙ୍କୁ କୁହାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ଜଣେ ଅତିରିକ୍ତ ଏସଆରସି ମଧ୍ୟ ଟ୍ରେନ ଦୁର୍ଘଟଣା ସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।