ଆନ୍ଧ୍ର ଟ୍ରେନ ଦୁର୍ଘଟଣା: ୧୧ ମୃତକ ଚିହ୍ନଟ , ଓଡ଼ିଶାର କେହି ନାହାନ୍ତି  | News Room Odisha

ଆନ୍ଧ୍ର ଟ୍ରେନ ଦୁର୍ଘଟଣା: ୧୧ ମୃତକ ଚିହ୍ନଟ , ଓଡ଼ିଶାର କେହି ନାହାନ୍ତି 

ବିଜୟନଗରମ – ଆନ୍ଧ୍ର ପ୍ରଦେଶରେ ରବିବାରର ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ସମ୍ପର୍କରେ ସୂଚନା ଜାରି କରିଛି ବିଜୟନଗରମ ଜିଲ୍ଲା ପ୍ରଶାସନ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି। ମୃତକଙ୍କ ମଧ୍ୟରେ ଓଡ଼ିଶାର କେହି ନ ଥିବା ସ୍ପଷ୍ଟ ହୋଇଛି। ଦୁର୍ଘଟଣାରେ

ଲୋକୋ ପାଇଲଟ ଏସ୍‌ଏମ୍‌ଏସ୍ ରାଓ, ଓ ଗାର୍ଡ ଏମ. ଶ୍ରୀନିବାସ ପ୍ରାଣ ହରାଇଛନ୍ତି। ମୋଟ ୫୨ ଜଣ ଯାତ୍ରୀଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

୨୯ ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି। ୨୩ ଚିକିତ୍ସାଧୀନଙ୍କ ମଧ୍ୟରେ ୧୨ ପୁରୁଷ ଓ ୧୧ ମହିଳା ଅଛନ୍ତି।

୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।