ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ, କାଲି ନେବେ ଶପଥ | News Room Odisha

ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ, କାଲି ନେବେ ଶପଥ

ପୁରୀ -ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଶପଥ ନେବା ପୂର୍ବରୁ ଆଜି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପୁରୀରେ ପହଞ୍ଚି ସେ ପୁରୀ ରାଜଭବନକୁ ଯାଇଥିଲେ । ସକାଳୁ ସକାଳୁ ସେ ମହୋଦଧିକୁ ଯାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆଜି ସଂଧ୍ୟାରେ ରାଜଭବନରେ ବିଶ୍ରାମ ନେବେ ନବନିଯୁକ୍ତ ରାଜ୍ୟପାଳ। ଆସନ୍ତାକାଲି ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ୍ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି । ତେବେ ଶପଥ ଗ୍ରହଣ ସମାରୋହ ପୂର୍ବରୁ ରଘୁବର ଦାଶ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ପ୍ରାର୍ଥନା କରିବାର କାର୍ଯ୍ୟକ୍ରମ ରହିଛି