କନ୍ଧମାଳ ଜିଲ୍ଲାରୁ ଦକ୍ଷିଣ ଭାରତ ତୀର୍ଥ ଭ୍ରମଣରେ ଗଲେ ୮୭ ବରିଷ୍ଠ ନାଗରିକ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ | News Room Odisha

କନ୍ଧମାଳ ଜିଲ୍ଲାରୁ ଦକ୍ଷିଣ ଭାରତ ତୀର୍ଥ ଭ୍ରମଣରେ ଗଲେ ୮୭ ବରିଷ୍ଠ ନାଗରିକ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ଫୁଲବାଣୀ – ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ମାଧ୍ୟମରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ୮୭ ଜଣ ବରିଷ୍ଠ ନାଗରିକ ଆଜି ଦକ୍ଷିଣ ଭାରତ ଭ୍ରମଣରେ ବାହାରିଛନ୍ତି। ଫୁଲବାଣୀ ସାର୍ତାଗୁଡ଼ା ବୃଦ୍ଧାଶ୍ରମ ଠାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ତୀର୍ଥଯାତ୍ରୀ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଡି. ମାଲେଶ୍ୱର ପାତ୍ର, ପିଏ ଆଇଟିଡିଏ ପ୍ରବୀଣ କୁମାର ବାଣୁଆ ପ୍ରମୁଖ ଉପସ୍ଥିତ ଥିଲେ। ଫୁଲବାଣୀ,ଖଜୁରୀପଡ଼ା,ଫିରିଙ୍ଗିଆ ପ୍ରଭୁତି ବ୍ଳକରୁ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ କନ୍ୟାକୁମାରୀ, ତିଭେନ୍ଦ୍ରମ ,ରାମେଶ୍ଵରମ ଆଦି ସ୍ଥାନ ଭ୍ରମଣ କରିବେ । ତୀର୍ଥଯାତ୍ରୀ ମାନେ ବସରେ ଆଜି ଫୁଲବାଣୀରୁ ବ୍ରହ୍ମପୁର ଯିବା ପରେ ଟ୍ରେନରେ ତ୍ରିଭେନ୍ଦ୍ରମ ଯିବେ ଏବଂ ଆସନ୍ତା ୫ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆମେ ଦକ୍ଷିଣ ଭାରତ ତୀର୍ଥ କରିପାରିବୁ ଏବଂ ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ତୀର୍ଥଯାତ୍ରୀମାନେ କହିଛନ୍ତି।