ଜାତୀୟ କ୍ରୀଡା : ଆଥଲେଟିକ୍ସ ଓ ସନ୍ତରଣରେ ଓଡ଼ିଶାକୁ ପଦକ | News Room Odisha

ଜାତୀୟ କ୍ରୀଡା : ଆଥଲେଟିକ୍ସ ଓ ସନ୍ତରଣରେ ଓଡ଼ିଶାକୁ ପଦକ

ପାଣାଜୀ – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାର ଆଥଲେଟିକ୍ସରେ ଆଉ ଏକ ପଦକ ହାସଲ କରିଛି ଓଡ଼ିଶା। ପୁରୁଷ ୧୧୦ ମିଟର ହର୍ଡଲ୍ସରେ ଓଡ଼ିଶାର ଏ. ଗ୍ରେସସନ୍ ଜିବା ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ୧୪ ଦଶମିକ ୧୩ ସେକେଣ୍ଡ ନେଇ ଦୌଡ଼ ପୂରଣ କରିବା ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଚଳିତ ଜାତୀୟ କ୍ରୀଡା ଆଥଲେଟିକ୍ସରେ ଓଡ଼ିଶାର ଏହା ହେଉଛି ତୃତୀୟ ପଦକ । ପୂର୍ବରୁ ମହିଳା ୧୦୦ ମିଟର ଦୌଡରେ ଶ୍ରାବଣୀ ନନ୍ଦ ରୌପ୍ୟ ଓ ପୁରୁଷ ହାଇଜମ୍ପରେ ସ୍ୱାଧୀନ କୁମାର ମାଝି ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ଆଜି ମହିଳା ସନ୍ତରଣରୁ ମଧ୍ୟ ଓଡ଼ିଶାକୁ ଏକ ପଦକ ମିଳିଛି। ୪ ଗୁଣା ୧୦୦ ମିଟର ମେଡଲେ ରିଲେରେ ଓଡ଼ିଶାର ପ୍ରତ୍ୟାଶା ରାୟ, ମନ୍ନତା ମିଶ୍ର, ଶ୍ରିଷ୍ଟି ଉପାଧ୍ୟାୟ ଓ ସୋନିଆ ପଟେଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।