ଜାତୀୟ କ୍ରୀଡା : ସନ୍ତରଣର ମହିଳା ୪ ଗୁଣା ୧୦୦ ମିଟର ମେଡଲେ ରିଲେରେ ଓଡ଼ିଶାକୁ ପଦକ  | News Room Odisha

ଜାତୀୟ କ୍ରୀଡା : ସନ୍ତରଣର ମହିଳା ୪ ଗୁଣା ୧୦୦ ମିଟର ମେଡଲେ ରିଲେରେ ଓଡ଼ିଶାକୁ ପଦକ 

ପାଣାଜୀ – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାର ସନ୍ତରଣରେ ଓଡ଼ିଶାକୁ ଏକ ପଦକ ମିଳିଛି। ଆଜି ମହିଳା ସନ୍ତରଣର ୪ ଗୁଣା ୧୦୦ ମିଟର ମେଡଲେ ରିଲେ ଇଭେଣ୍ଟରେ ଓଡ଼ିଶା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ବ୍ରୋଞ୍ଜ ପଦକ ବିଜୟୀ ଓଡ଼ିଶା ଦଳର ସଦସ୍ୟମାନେ ହେଲେ ରାଜ୍ଯର ଉଦୀୟମାନ ସନ୍ତରଣ ତାରକା ଏକାଦଶ ଶ୍ରେଣୀର ଛାତ୍ରୀ ମନ୍ନତା ମିଶ୍ର, ପ୍ରତ୍ୟାଶା ରୟ, ସୃଷ୍ଟି ଉପାଧ୍ୟାୟ ଓ ସୋନିଆ ପଟେଲ । ଚଳିତ ଜାତୀୟ କ୍ରୀଡାର ସନ୍ତରଣରେ ଓଡ଼ିଶାର ଏହା ହେଉଛି ଦ୍ୱିତୀୟ ସନ୍ତରଣ ପଦକ ।

ପ୍ରତିଭାବାନ ମନ୍ନତା ମିଶ୍ର ଏକ ଆଜି ବ୍ୟକ୍ତିଗତ ସନ୍ତରଣ ପଦକ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ମହିଳା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ମନ୍ନତା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ରୋଞ୍ଜ ପଦକରୁ ଅଳ୍ପକେ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲେ । ଉଭୟ ଟିମ୍ ଓ ବ୍ଯକ୍ତିଗତ ଇଭେଣ୍ଟରେ ମନ୍ନତାଙ୍କ ପ୍ରଭାବୀ ପ୍ରଦର୍ଶନ କ୍ରୀଡ଼ାପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି ।