ଏସିଆନ ମହିଳା ଚାମ୍ପିଅନସ ଟ୍ରଫି ହକିରେ ଚୀନକୁ ହରାଇଲା ଭାରତ | News Room Odisha

ଏସିଆନ ମହିଳା ଚାମ୍ପିଅନସ ଟ୍ରଫି ହକିରେ ଚୀନକୁ ହରାଇଲା ଭାରତ

ରାଞ୍ଚି – ଏସିଆନ ମହିଳା ଚାମ୍ପିଅନସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟ ଧାରା ଜାରି ରହିଛି। ଆଜି ଭାରତୀୟ ଦଳ, ଶକ୍ତିଶାଳୀ ଚୀନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି । ଭାରତ ଚୀନକୁ ୨-୧ ଗୋଲରେ ହରାଇ ଟୁର୍ଣ୍ଣାମେଣ୍ଟରେ ଲଗାତର ତୃତୀୟ ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ଥିଲା । ଭାରତ ପକ୍ଷରୁ ପ୍ରଥମ କ୍ୱାର୍ଟରରେ ଦୀପିକା ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ସଲିମା ଟେଟେ ଆଉ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ତେବେ ମ୍ୟାଚର ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ଚୀନ୍ ଲଢୁଆ ଖେଳିଥିଲେ ମଧ୍ୟ ମାତ୍ର ଗୋଟିଏ ଗୋଲ୍ ହିଁ ସ୍କୋର କରିଥିଲା । ମ୍ୟାଚର ୪୧ ତମ ମିନିଟରେ ଜିଆକି ଝୋଙ୍ଗ ଗୋଟିଏ ଗୋଲ୍ ପରିଶୋଧ କରିଦେଇଥିଲେ ।

ପୂର୍ବରୁ ଭାରତ, ଥାଇଲାଣ୍ଡ ଓ ମାଲେସିଆକୁ ହରାଇଥିଲା ।