ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଆଜି ଶପଥ ନେବେ ରଘୁବର ଦାସ | News Room Odisha

ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଆଜି ଶପଥ ନେବେ ରଘୁବର ଦାସ

ଭୁବନେଶ୍ୱର – ରଘୁବର ଦାସ ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଶପଥ ଗ୍ରହଣ କରିବେ । ଆଜି ପୂର୍ବାହ୍ନ ୧୧ଟା ୪୫ରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ହେବ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ । ରଘୁବର ଦାସ ହେବେ ଓଡ଼ିଶାର ୨୬ତମ ରାଜ୍ୟପାଳ। ସେ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ । ଅକ୍ଟୋବର ୧୮ ତାରିଖରେ ରଘୁବର ଦାସଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପୂର୍ବରୁ ରଘୁବର ଦାସ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଥିଲେ । ୨୦୧୪ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଏନଡିଏ ବିଜୟୀ ହେବା ପରେ ରଘୁବର ଦାସ ହୋଇଥିଲେ ମୁଖ୍ୟମନ୍ତ୍ରୀ। ସେ ୨୦୧୯ ଯାଏଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ଝାଡଖଣ୍ଡ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ ।