ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ସୁଟର ଶ୍ରୀୟଙ୍କା, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ | News Room Odisha

ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ସୁଟର ଶ୍ରୀୟଙ୍କା, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡ଼ିଶାର ତାରକା ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଦକ୍ଷିଣ କୋରିଆର ଚାଙ୍ଗୱନରେ ଚାଲିଥିବା ଏସିଆନ ସୁଟିଂ ଚାମ୍ପିୟନସିପରେ ମହିଳା ୫୦ ମିଟର ରାଇଫଲ ଥ୍ରୀପି ଇଭେଣ୍ଟରେ ଚତୁର୍ଥ ସ୍ଥାନ ହାସଲ କରିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଶ୍ରୀୟଙ୍କା। ଶ୍ରୀୟଙ୍କାଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିଜ କ୍ୟାରିୟରରେ ଶ୍ରୀୟଙ୍କା ଆହୁରି ଅନେକ ସଫଳତା ହାସଲ କରନ୍ତୁ ବୋଲି ଶୁଭେଚ୍ଛା ଜଣାଇ କହିଛନ୍ତି ମୁଖ୍ୟମନ୍ତ୍ରୀ।