ଆଇପିଏସ ସ୍ତରରେ ଅଦଳବଦଳ  | News Room Odisha

ଆଇପିଏସ ସ୍ତରରେ ଅଦଳବଦଳ 

ଭୁବନେଶ୍ୱର – ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗର ଓଏସଡି ଅରୁଣ କୁମାର ରୟଙ୍କୁ ବଦଳି କରାଯାଇ କଟକ ସ୍ଥିତ ଓଡ଼ିଶା ପ୍ରିଣ୍ଟିଂ ପ୍ରେସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏଚଆରପିସି ସ୍ୱତନ୍ତ୍ର ଡିଜିପି ଏ.ଏମ ପ୍ରସାଦ ରୟଙ୍କୁ ମଧ୍ୟ ବଦଳି କରାଯାଇ ନୂଆ ଜେଲ୍ ଡିଜି ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଓଡ଼ିଶା ପ୍ରିଣ୍ଟିଂ ପ୍ରେସ ନିର୍ଦ୍ଦେଶକ ଥିବା ଉମାଶଙ୍କର ଦାସଙ୍କୁ ଏଚଆରପିସିର ଅତିରିକ୍ତ ଡିଜିପି ଭାବେ ବଦଳି କରାଯାଇଛି। କମିଶନରେଟ ପୋଲିସ ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କୁ ରାଜ୍ୟ ଗୁଇନ୍ଦା ଶାଖା ଡିଆଇଜି ଭାବେ ବଦଳି କରାଯାଇଛି। ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ ଡିଆଇଜି ବ୍ରଜେଶ କୁମାର ରୟଙ୍କୁ କମିଶନରେଟ ପୋଲିସର ଅତିରିକ୍ତ ସିପି ଭାବେ ବଦଳି କରାଯାଇଛି।