ଭଗବାନ ଶ୍ରୀକୃଷ୍ଣ ଗୀତାରେ ବିଶ୍ୱର ସମସ୍ତ ଦେବତା ଙ୍କ ଆତ୍ମା ମୁଁ ସ୍ୱୟଂ ବୋଲି ପ୍ରମାଣିତ କରି କହୁଛନ୍ତି-
ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି । ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍।
ଅର୍ଥାତ ଶ୍ରୀକୃଷ୍ଣ ଏହି ଶ୍ଲୋକରେ ତା’ର ଉତ୍ତର ଦେଇଛନ୍ତି । ସେ କହୁଛନ୍ତି ଯେ ସ୍ୱର୍ଗର ଦେବତାଙ୍କ ପ୍ରତି ବିଶ୍ୱାସ ମଧ୍ୟ ସେ ହିଁ ଉତ୍ପନ୍ନ କରନ୍ତି । ସେ ଯେତେବେଳେ ଦେଖନ୍ତି, ଲୋକମାନେ ସେମାନଙ୍କ ଭୌତିକ କାମନା ପୂରଣ କରିବା ପାଇଁ ସ୍ୱର୍ଗର ଦେବତାଙ୍କୁ ପୂଜା କରୁଛନ୍ତି, ସେ ତାଙ୍କ ବିଶ୍ୱାସକୁ ସେହି ଭକ୍ତିରେ ସ୍ଥିର କରିବାରେ ସାହାଯ୍ୟ କରନ୍ତି । ତାଙ୍କ ଭକ୍ତମାନଙ୍କ ଠାରେ ତାଙ୍କ ପ୍ରତି ଭକ୍ତି ଉତ୍ପନ୍ନ କରାଇବା ପାଇଁ ଦେବତାମାନଙ୍କର ନିଜସ୍ୱ ଶକ୍ତି ନ ଥାଏ । ସେହି ଭକ୍ତି ସେମାନଙ୍କ ହୃଦୟରେ ନିବାସ କରିଥିବା ପରମାତ୍ମା ଉତ୍ପନ୍ନ କରାଇଥାନ୍ତି । ଶ୍ଲୋକ ୧୫.୧୫ ରେ ଶ୍ରୀକୃଷ୍ଣ କହିଛନ୍ତି, “ମୁଁ ସମସ୍ତ ପ୍ରାଣୀଙ୍କ ହୃଦୟରେ ନିବାସ କରେ ଏବଂ ମୋଠାରୁ ହିଁ ଜୀବକୁ ସ୍ମୃତି, ଜ୍ଞାନ ଓ ମେଧା ପ୍ରାପ୍ତ ହୋଇଥାଏ।