ଅଲିଭ ରିଡଲେ କଇଁଛଙ୍କ ଆଗମନ, ଧାମରାରୁ ଦେବୀ ମୁହାଣ ଓ ଗହୀରମଥାରେ ମାଛଧରା ଉପରେ ଆଜିଠୁ କଟକଣା | News Room Odisha

ଅଲିଭ ରିଡଲେ କଇଁଛଙ୍କ ଆଗମନ, ଧାମରାରୁ ଦେବୀ ମୁହାଣ ଓ ଗହୀରମଥାରେ ମାଛଧରା ଉପରେ ଆଜିଠୁ କଟକଣା

ପାରାଦ୍ବୀପ – ବିରଳ ଅଲିଭ୍‌ ରିଡ୍‌ଲେ. କଇଁଛଙ୍କ ଆଗମନ ପାଇଁ ଧାମରାରୁ ଦେବୀ ମୁହାଣ ଓ ଗହୀରମଥାରେ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଆଜିଠୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି ରହିଛି।ଅଲିଭ୍ ରିଡେଲ କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ମାସ ଧରି ମାଛଧରା ବୋଟ୍‌ ଓ ଟ୍ରଲର୍‌ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି । ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଧାମରା ମୁହାଣରୁ ଦେବୀ ମୁହାଣ ୧୬୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ବୋଟ୍ ଓ ଟ୍ରଲର ଚଳାଚଳ କରିବ ନାହିଁ ।

ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ବାବୁବାଲି ଓ ଅଗରନାସିରେ ଦୁଇଟି ଅଫିସ ଓ ୧୪ଟି ସ୍ଥାନରେ କଇଁଛ ସୁରକ୍ଷା ଶିବିର ସ୍ଥାପନ କରାଯିବ । ବିରଳ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୋଲିସ, ମତ୍ସ୍ୟ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରିବେ ।