ଜଟଣୀ ବେଣାପଞ୍ଜରୀ ନାବାଳକ ହତ୍ୟା ପଛରେ ଯୁକ୍ତ ଦୁଇ ଛାତ୍ର, ଟ୍ୟୁସନ ଫି'କୁ ନେଇ ହତ୍ୟା କରିଥିବା ଡିସିପିଙ୍କ ସୂଚନା | News Room Odisha

ଜଟଣୀ ବେଣାପଞ୍ଜରୀ ନାବାଳକ ହତ୍ୟା ପଛରେ ଯୁକ୍ତ ଦୁଇ ଛାତ୍ର, ଟ୍ୟୁସନ ଫି’କୁ ନେଇ ହତ୍ୟା କରିଥିବା ଡିସିପିଙ୍କ ସୂଚନା

ଭୁବନେଶ୍ୱର – ଜଟଣୀ ବେଣାପଞ୍ଜରୀରେ ଘରେ ପଶି ଜଣେ ୧୪ ବର୍ଷିୟ ନାବାଳକକୁ ହତ୍ୟାର କାରଣ ପ୍ରକାଶ କରିଛି ପୋଲିସ। ନବମ ଶ୍ରେଣୀ ଛାତ୍ର ଶୁଭମ ସ୍ୱରୂପଙ୍କୁ ଟ୍ୟୁସନ ଫି‌’ ପାଇଁ ହତ୍ୟା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ମୃତ ଛାତ୍ର ଶୁଭମଙ୍କ ବାପା ଓ ମା’ ଟିଉସନ୍‌ କରନ୍ତି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି । ଟିଉସନରେ ଦିନେ ପଢୁଥିବା ଜଣେ ଯୁକ୍ତ ଦୁଇ ଛାତ୍ର ହିଁ ହତ୍ୟାକାରୀ ବୋଲି ଡିସିପି ସୂଚନା ଦେଇଛନ୍ତି। ସଂପୃକ୍ତ ଯୁକ୍ତ ଦୁଇ ଛାତ୍ର ଟ୍ୟୁସନ ଫି’ ବାବଦରେ ପ୍ରାୟ ୩ ରୁ ୫ ହଜାର ଟଙ୍କା ବାକି ଥିଲେ । ଫି’ ଦେବା ପାଇଁ ବାରମ୍ବାର ତାଗିଦ କରୁଥିଲେ ଟ୍ୟୁସନ ସାର୍ । ଏଥିରେ ଲଜ୍ଜିତ ଓ କ୍ରୋଧିତ ହୋଇ ଅଭିଯୁକ୍ତ ଛାତ୍ର ଜଣକ ଶୁଭମଙ୍କ ତଣ୍ଟି କାଟି ହତ୍ୟା କରିଥିବା ଡିସିପି ସୂଚନା ଦେଇଛନ୍ତି । ସେ ହତ୍ୟା କରିଥିବା ସ୍ୱୀକାର କରିବା ପରେ ତାକୁ ଗିରଫ କରାଯାଇଛି।