ଗୋଆ ଜାତୀୟ କ୍ରୀଡାରେ ଓଡ଼ିଶାର ସ୍ପ୍ରିଣ୍ଟର ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ | News Room Odisha

ଗୋଆ ଜାତୀୟ କ୍ରୀଡାରେ ଓଡ଼ିଶାର ସ୍ପ୍ରିଣ୍ଟର ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ

ପାଣାଜୀ – ଗୋଆରେ ଚାଲିଥିବା ୩୭ ତମ ଜାତୀୟ କ୍ରୀଡାର ଆଥଲେଟିକ୍ସରେ ଆଜି ଓଡ଼ିଶା ଗୋଟିଏ ସ୍ୱର୍ଣ୍ଣ ସହ ଦୁଇଟି ପଦକ ହାସଲ କରିଛି । ମହିଳା ୨୦୦ ମିଟର ସ୍ପ୍ରିଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର ଅଭିଜ୍ଞ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ।

ପୁରୁଷ ୨୦୦ ମିଟର ଦୌଡରେ ମଧ୍ୟ ଓଡ଼ିଶାକୁ ପଦକ ମିଳିଛି। ଏହି ଇଭେଣ୍ଟରେ ଓଡ଼ିଶାର ଅନିମେଶ କୁଜୁର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।