ଜାତୀୟ କ୍ରୀଡା: ମିନି ଗଲ୍ଫ ମିକ୍ସଡ ଡବଲ୍ସରେ ଓଡ଼ିଶାକୁ ସ୍ୱର୍ଣ୍ଣ | News Room Odisha

ଜାତୀୟ କ୍ରୀଡା: ମିନି ଗଲ୍ଫ ମିକ୍ସଡ ଡବଲ୍ସରେ ଓଡ଼ିଶାକୁ ସ୍ୱର୍ଣ୍ଣ

ପାଣାଜୀ – ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡାରେ ଆଜି ଓଡ଼ିଶାକୁ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଗଲ୍ଫରୁ ମିଳିଛି ଓଡିଶାକୁ ସ୍ୱର୍ଣ୍ଣ ପଦକ । ମିନି ଗଲ୍ଫ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଓଡ଼ିଶାର ଅଭୀପ୍ସା ପଣ୍ଡା ଓ ବିକାଶ ଚନ୍ଦ୍ର ପଟ୍ଟନାୟକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସ୍ୱର୍ଣ୍ଣିମ ସଫଳତା ପାଇଁ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସେମାନଙ୍କୁ ଅଭିନନ୍ଦନ ଜଣାଇଛି ।

ମହିଳା ଟାଇକୋଣ୍ଡରେ ମଧ୍ୟ ଓଡ଼ିଶାକୁ ପଦକ ମିଳିଛି। ୭୩ କିଲୋଗ୍ରାମ ବର୍ଗରେ ଓଡ଼ିଶାର ଜାହ୍ନବୀ ମଜୁମଦାର ରୌପ୍ୟ ପଦକ ହାସଲ କରିଛନ୍ତି।