ବାଲି ମାଫିଆ କୃପାସିନ୍ଧୁ ବିରୋଧରେ ପୋଲିସ ତଦନ୍ତ ଜାରି, ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚଢାଉ | News Room Odisha

ବାଲି ମାଫିଆ କୃପାସିନ୍ଧୁ ବିରୋଧରେ ପୋଲିସ ତଦନ୍ତ ଜାରି, ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚଢାଉ

ବ୍ରହ୍ମପୁର – କୁଖ୍ୟାତ ବାଲି ମାଫିଆ କୃପାସିନ୍ଧୁ ମୁଦୁଲି ଓ ସହଯୋଗୀଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୋଲିସ । ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚଢାଉ ଗତକାଲି ରାକରିଛି ପୋଲିସ। ଗଞ୍ଜାମ ଥାନା ଓ କୋଦଳା ଥାନା ଆଇଆଇସିଙ୍କ ସମେତ ଛତ୍ରପୁର ଏସଡିପିଓଙ୍କୁ ନେଇ ଗଠିତ କୃପାସିନ୍ଧୁ ଙ୍କ ବାଲି କେଳେଙ୍କାରୀର ଖୋଳତାଡ଼ କରୁଛନ୍ତି। ସ୍ୱତନ୍ତ୍ର ଟିମ୍ କୃପାସିନ୍ଧୁଙ୍କ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓ ରାମକୃଷ୍ଣ ନଗର ଦ୍ୱିତୀୟ ଲାଇନରେ ଥିବା ଅଫିସ ଓ ଲୋଚାପଡା ଗୋବିନ୍ଦବିହାର ସ୍ଥିତ ବାସଭବନରେ ଚଢାଉ କରିଛି । ସେପଟେ ନକଲି ୱ।ଇ ଫର୍ମରେ ବାଲି ଚୋରାଚାଲାଣ ମାମଲାର ତଦନ୍ତ ବି ଜାରି ରହିଛି। ଗଞ୍ଜାମ ଥାନା ପକ୍ଷରୁ ମୁଦୁଲି ଓ ତାଙ୍କର ଜଣେ ସହଯୋଗୀ ଗୋଷ୍ଠଚନ୍ଦ୍ର ପାଢୀଙ୍କୁ ରିମାଣ୍ଡରେ ନେଇ ଜେରା କରାଯାଇଛି।