ପାରିବାରିକ କଳହରୁ ସ୍ତ୍ରୀର ଜୀବନ ନେଲା ସ୍ବାମୀ | News Room Odisha

ପାରିବାରିକ କଳହରୁ ସ୍ତ୍ରୀର ଜୀବନ ନେଲା ସ୍ବାମୀ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ତଥା ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ଗ୍ରାମରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସ୍ତ୍ରୀ ଲିଲି ସ୍ବାଇଁ (୩୫)କୁ ହତ୍ୟା କରିଛି ସ୍ବାମୀ ମିଥୁନ ସ୍ୱାଇଁ (୪୦)। ଶନିବାର ମଧ୍ୟାହ୍ନରେ ଗ୍ରାମର ଗୁଡିଆମ୍ବ ଛକରେ ଇନ୍ଦ୍ର ସ୍ୱାଇଁଙ୍କ ଘରେ ଏହି ହତ୍ୟାକାଣ୍ଡ ଘଟିଛି। ତାଙ୍କ ପୁଅ ମଦ୍ୟପାନ କରି ସ୍ତ୍ରୀ ସହ ଝଗଡ଼ା କରିବା ପରେ ଉତକ୍ଷୀପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ବେକ ଓ ମୁଣ୍ଡକୁ ଚୋଟ ପରେ ଚୋଟ ମାରିଥିଲା। ରକ୍ତାକ୍ତ ଅବସ୍ଥାରେ ଲିଲିଙ୍କୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସିକା ଏସଡିପିଓ ଉମାଶଙ୍କର ସିଂ, ବଡଗଡ ଥାନା ଏସ୍ଆଇ ଅମରକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଡାକ୍ତରଖାନାରୁ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଲିଲିଙ୍କ ବାପା କୁଲଗଡ ଗ୍ରାମର ଖଲି ବିଷୋୟୀଙ୍କ ଏତଲା କ୍ରମେ ବଡଗଡ ଥାନାରେ କେସ୍ ନମ୍ବର ୫୦୦/୨୦୨୩ ରୁଜୁ କରାଯାଇ ଅଭିଯୁକ୍ତ ମିଥୁନକୁ ଗିରଫ କରିଛି ପୋଲିସ।