ବିଧାୟକ ସାଲୁଗା ପ୍ରଧାନ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ନିଯୁକ୍ତ, ରାଜୀବ ପାତ୍ର କାର୍ଯ୍ୟକାରୀ ସଭାପତି | News Room Odisha

ବିଧାୟକ ସାଲୁଗା ପ୍ରଧାନ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ନିଯୁକ୍ତ, ରାଜୀବ ପାତ୍ର କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର – ବିଜୁ ଜନତା ଦଳର କିଛି ବିଧାୟକ ଓ ନେତାଙ୍କୁ ବିଭିନ୍ନ ଦଳୀୟ ପଦପଦବୀରେ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ରାଜୀବ ପାତ୍ରଙ୍କୁ କନ୍ଧମାଳ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି ଦଳ ସଭାପତି। ସରୋଜ କରଣଙ୍କୁ ବିଜେଡିର ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ବାଲିଗୁଡ଼ା ବିଜେଡି ନେତା କ୍ଲେଶା ପ୍ରଧାନଙ୍କୁ ଜି. ଉଦୟଗିରି ବିଧାନସଭା ମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ବ୍ରହ୍ମପୁର ବିଜେଡି ନେତା ଅଜୟ ମହାରଣାଙ୍କୁ ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ପିପିଲି ବିଜେଡି ନେତା କିଶୋର ଛୋଟରାୟଙ୍କୁ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଥିବା ବେଳେ ଟୁନା ଦାସଙ୍କୁ ବାଲିଗୁଡା ନିର୍ବାଚନ ମଣ୍ଡଳୀର ସହ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ଅନିମା କହଁରଙ୍କୁ କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ନିଯୁକ୍ତ କରିଛନ୍ତି ଦଳ ସୁପ୍ରିମୋ। ପୁନମ କହଁରଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କରାଯାଇଛି। ଦଶପଲ୍ଲାର ବିଜେଡି ନେତ୍ରୀ ସଂଯୁକ୍ତା ଦାସଗୁପ୍ତାଙ୍କୁ ବିଜୁ ମହିଳା ଜନତା ଦଳର କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।