ଜାତୀୟ କ୍ରୀଡା ଫୁଟବଲରେ ସୁନା ଆଣିଲେ ଓଡ଼ିଶା ଝିଅ, ଫାଇନାଲରେ ମଣିପୁରକୁ ହରାଇ ଚାମ୍ପିୟନ | News Room Odisha

ଜାତୀୟ କ୍ରୀଡା ଫୁଟବଲରେ ସୁନା ଆଣିଲେ ଓଡ଼ିଶା ଝିଅ, ଫାଇନାଲରେ ମଣିପୁରକୁ ହରାଇ ଚାମ୍ପିୟନ

ପାଣାଜୀ – ଓଡିଶା ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର। ୩୭ ତମ ଜାତୀୟ କ୍ରୀଡାର ମହିଳା ଫୁଟବଲରେ ଚାମ୍ପିୟନ ହୋଇଛି ଓଡ଼ିଶା । ଆଜି ଖେଳାଯାଇଥିବା ଫାଇନାଲରେ ଓଡ଼ିଶା , ଶକ୍ତିଶାଳୀ ମଣିପୁରକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଗୋଆର ତିଳକ ମଇଦାନରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲରେ ଓଡ଼ିଶା ଟଆଇବ୍ରେକରରେ ମଣିପୁରକୁ ହରାଇ ଚାମ୍ପିୟନ ହୋଇଛି। ନିର୍ଦ୍ଧାରିତ ସମୟର ଖେଳରେ ସ୍କୋର ୧-୧ ଗୋଲରେ ସୀମିତ ରହିଥିଲା । ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲଟି ସୁଟ୍ ଆଉଟରେ ୪-୨ ଗୋଲରେ ବିଜୟୀ ହୋଇଥିଲା ଓଡ଼ିଶା। ଜାତୀୟ କ୍ରୀଡାରେ ଓଡ଼ିଶା ମହିଳା ଫୁଟବଲ ଦଳର ଏହା ମାତ୍ର ଦ୍ୱିତୀୟ ଟାଇଟଲ ।

ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିଥିଲା । ୫୧ ତମ ମିନିଟରେ ଓଡ଼ିଶାର ପ୍ୟାରୀ ସାସା ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ୭୯ତମ ମିନିଟରେ ମଣିପୁରର ଶିବାନୀ ଦେବୀ ଗୋଲଟି ପରିଶୋଧ କରିଦେଇଥିଲେ। ଟାଇ ବ୍ରେକରରେ ଓଡ଼ିଶାର ପ୍ୟାରୀ ସାସା,ଗ୍ରେସ ଲାଲରାମପରୀ,
ବନ୍ୟା କବିରାଜ ଓ ଏସ. ଲିଣ୍ଡା ଗୋଲ୍ ସ୍କୋର କରିଥିଲେ।